ରୋଗର ଦୂର କରିବା ପାଇଁ ହଳଦୀ ତେଲ,ମାଲିଶ ଦ୍ୱାରା ମିଳିଥାଏ ଲାଭ
ଆୟୁର୍ବେଦରେ ହଳଦୀକୁ ଅନେକ ରୋଗର ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ । ଭିଟାମିନ୍ ଈ୬ ସହ ଏଣ୍ଟି ଆଲର୍ଜିକ, ଏଣ୍ଟି ଇନଫ୍ଲେମେଟୋରୀ, ଏଣ୍ଟି ମାଇକ୍ରୋବିଆଲ, ଏଣ୍ଟି ବ୍ୟାକ୍ଟେରିଆର, ଏଣ୍ଟି ଫଙ୍ଗାଲ ଏବଂ ଅନ୍ୟାନ୍ୟ ଔଷଧୀୟ ଗୁଣରେ ଭରପୁର ହଳଦୀ । ହଳଦୀ କ୍ଷତକୁ ଶୀଘ୍ର ଠିକ୍ କରିବାରେ ସହାୟକ ହୋଇଥାଏ ।
ହଳଦୀ କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରିନଥାଏ ବରଂ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ତେବେ ଅନେକାଂଶରେ ହଳଦୀ ତେଲ ମଧ୍ୟ ଲାଭଦାୟକ ଅଟେ । ଏହା ଯନ୍ତ୍ରଣାରୁ ଉପସମ ଦେବାରେ ବେଶ ପ୍ରଭାବି । ନିୟମିତ ହଳଦୀ ତେଲରେ ମାଲିଶ କରିବା ଦ୍ୱାରା ରକ୍ତ ସଂଚାଳନ ଠିକ୍ ରହିଥାଏ । ଏହା ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ । ଫୁଲା କିମ୍ବା ବିନ୍ଧା ଥିବା ସ୍ଥାନରେ ହଳଦୀ ତେଲ ମାଲିଶ କଲେ ଫୁଲା କମିଥାଏ । ହଳଦୀ ତେଲ ମାଂସପେଶୀ ଯନ୍ତ୍ରଣା ପାଇଁ ଉତ୍ତମ । ନିୟମିତ ପ୍ରଭାବିତ ସ୍ଥାନରେ ହଳଦୀ ତେଲ ମାଲିଶ କରିବା ଦ୍ୱାରା ଯନ୍ତ୍ରଣାରୁ ଉପସମ ମିଳିଥାଏ ।
ହଳଦୀ ତେଲରେ ଥିବା ଏଣ୍ଟି ଆଲର୍ଜିକ ଗୁଣ ରୂପି ସମସ୍ୟାରୁ ଉପସମ ଦେଇଥାଏ । ରାତିରେ ଶୋଇବା ପୂର୍ବରୁ ନଡ଼ିଆ ଏବଂ ହଳଦୀ ତେଲର ଏକ ମିଶ୍ରଣ ପ୍ରସ୍ତୁତ କରି ଉଷୁମ କରନ୍ତୁ । ରାତିରେ ଶୋଇବା ପୂର୍ବରୁ କେଶ ମୂଳରେ ଭଲରେ ମାଲିଶ କରନ୍ତୁ । ସକାଳେ କେଶ ଧୋଇ ଦିଅନ୍ତୁ ।
ଫଟା ପାଦରେ ହଳଦୀ ତେଲ ଲଗାଇଲେ ଆରାମ ମିଳିଥାଏ । ଏଥିପାଇଁ ୨ ବଡ଼ ଚାମଚ ନଡ଼ିଆ ତେଲରେ କିଛି ବୁନ୍ଦା ହଳଦୀ ତେଲେ ମିଶାଇ ହାଲୁକା ଗରମ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ନିୟମିତ ଏହି ମିଶ୍ରଣକୁ ଫଟା ପାଦରେ ଲଗାନ୍ତୁ । ଦେଖିବେ କିଛି ଦିନରେ ଫରକ ଜାଣି ପାରିବେ ।